ବାଲେଶ୍ବର: ପୁଣି ମନ୍ଦିରରୁ ଲୁଟ୍ । ପଞ୍ଚାୟତ ଅଫିସ୍ ଜଗିବାକୁ ଯାଇଥିଲେ ସ୍ବାମୀ-ସ୍ତ୍ରୀ । ଏପଟେ ଘରଲୋକଙ୍କୁ ବାହାରୁ ତାଲା ମାରି ଘର ମନ୍ଦିରରୁ ଲୁଟିନେଲେ ଲୁଟେରା । ମନ୍ଦିରରୁ ମା’ ମଙ୍ଗଳାଙ୍କ ମଙ୍ଗଳସୂତ୍ର ସମେତ ଦୁଇଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କାଣ୍ଡଗରଡିରେ ଚୋରି । ପଞ୍ଚାୟତ ଅଫିସ୍ ଜଗୁଆଳି ମଧୁସୂଦନ ଦାସଙ୍କ ଘର ମଙ୍ଗଳା ମନ୍ଦିର ସମେତ ନିକଟ ସନୁରାଗଡ଼ିଆ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରିନେଇଛନ୍ତି ଲୁଟେରା । ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି । ଘର୍ ବାହାରୁ କବାଟ ଲକ କରି ମନ୍ଦିର ଲୁଟ କରିଥିଲେ ଲୁଟେରା ।










