ଜେରୁଜେଲମ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ସର୍ବଦା ଏକମତ ନୁହନ୍ତ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ନେତାନ୍ୟାହୁ କହିଛନ୍ତି, ଦୁଇ ଦେଶର ନେତା ସବୁବେଳେ ପରସ୍ପରର କଥା ସମ୍ପୂର୍ଣ୍ଣ ସ୍ବୀକାର କରି ନାହୁଁ। ଟ୍ରମ୍ପ ସ୍ବାଧୀନ ଆମେରିକାର ନେତା, ମୁଁ ସ୍ବାଧୀନ ଇସ୍ରାଏଲର ନେତା। ଟ୍ରମ୍ପ ସବୁକିଛି କରନ୍ତି ନାହିଁ ଯାହା ମୁଁ ଚାହେଁ। ସେହିଭଳି ମୁଁ ମଧ୍ୟ ସବୁକିଛି କରେନି ଯାହା ଟ୍ରମ୍ପ ଚାହାନ୍ତି। ଆମେ ସ୍ବାଧୀନ ଦେଶର ନେତା। ଅନେକ ସମୟରେ ଆମ ନିଷ୍ପତ୍ତି ଓ ବିଚାର ଭିନ୍ନ ରହିବା ସ୍ବାଭାବିକ।ଲେବାନନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଆମେରିକା ଉପରେ ଇରାନ ଚାପ ପକାଉଥିବା ବେଳେ ନେତାନ୍ୟାହୁଙ୍କ ବୟାନକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଇରାନ ବାରମ୍ବାର କହି ଆସୁଛି ଯେ ଲେବାନନ ଉପରେ ଆକ୍ରମଣ ନ କରିବାକୁ ଇସ୍ରାଏଲ ଉପରେ ଟ୍ରମ୍ଫ ଚାପ ପକାନ୍ତୁ। ଲୋବନନ ଉପରେ ଇସ୍ରାଏଲର ଆକ୍ରମଣ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆମେରିକାର ପରାମର୍ଶ ସତ୍ତ୍ବେ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ।










