ସମ୍ବଲପୁର: ସମଲେଇ ମନ୍ଦିର କ୍ୟାମ୍ପସରେ ପ୍ରେମୀ ଯୁଗଳଙ୍କ ପ୍ରେମ ନିଶା । ଭୁଲି ଗଲେ ସବୁ ସୀମା । କିଛି ଦିନ ତଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମନ୍ଦିର ପରିସରରେ ଥିବା ପ୍ରକଳ୍ପ ଅଂଚଳରେ ବସି ପ୍ରେମୀ ଯୁଗଳ ଅଶ୍ଳୀଳ ଆଚରଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ଏପରିକି ଏଭଳି ଆଚରଣ ଦୀର୍ଘ ସମୟ ଧରି ଚାଲିଥିବା ଜଣାପଡ଼ିଛି । ତେବେ ପ୍ରଶ୍ନ ଉଠୁଛି ଏତେ ସୁରକ୍ଷାକର୍ମୀ ଓ ସିସିଟିଭି କେଉଁ କାମକୁ? ମନ୍ଦିର ପରି ପବିତ୍ର ସ୍ଥାନରେ ଅଶ୍ଲୀଳ ଆଚରଣ ପାଇଁ ପ୍ରେମୀ ଯୁଗଳ ସାହସ କଲେ କେମିତି । ଆଉ ଏହି ସବୁ କାଣ୍ଡ କରିବା ପୂର୍ବରୁ ସେଠାରେ ତାଙ୍କୁ କାହିଁକି କେହି ବାରଣ କଲେ ନାହିଁ । ପୂର୍ବରୁ ମନ୍ଦିର ଭୋଗ ଘର ନିକଟରେ ମଦ ମାଂସର ଆସର ହୋଇଥିଲା ।










