34.3 C
Bhubaneswar
Monday, June 22, 2026
Homeଓଡିଶାପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼

ସମ୍ବଲପୁର : ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ ଯୁବକ ବର୍ବରତାର ସହ ମାଡ଼ ମାରିଛନ୍ତି। ଆହତ ଯୁବକ ଜଣକ କେରଳ ରାଜ୍ୟ ଆଲେପି ଞ୍ଚଳର ବିଷ୍ଣୁ କୈସ  ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେ ବରଗଡ଼ ଜିଲାର ଏକ ଓ୍ବେଲଡିଂ ଗ୍ୟାରେଜରେ କାମ କରୁଥିଲେ। ତେବେ ସେ ସେଠାରେ କାମ ଛାଡ଼ି ରବିବାର ସକାଳେ ନୂତନ କାମ ସନ୍ଧାନରେ ସମ୍ବଲପୁର ଆସିଥିଲେ। ଧୋବାପଡ଼ା ଅଞ୍ଚଳରେ ସେ ବୁଲୁଥିବା ସମୟରେ ସ୍ଥାନୀୟ ଯୁବକମାନେ ତାଙ୍କୁ ପଚରାଉଚରା କରିଥିଲେ। ମାତ୍ର ଭାଷାଗତ ସମସ୍ୟା ଯୋଗୁ ତାଙ୍କ କଥାବାର୍ତ୍ତାରେ ତାଳମେଳ ରହି ନ ଥିଲା। ତେଣୁ ସ୍ଥାନୀୟ ଲୋକ ସେ ଜଣେ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଯୁବକମାନେ ତାଙ୍କୁ ତଳେ ପକାଇ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏହି ସମଗ୍ର ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ଖବର ପାଇ କ୍ଷେତରାଜପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷ୍ଣୁଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଚିକିତ୍ସା କରାଇଛି। ତେବେ ଏହି ଆକ୍ରମଣ ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରି ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ବିଷ୍ଣୁଙ୍କୁ ପୋଲିସ ରାତିରେ ଟ୍ରେନ୍‌ ଯୋଗେ ତାଙ୍କ ନିଜ ଗ୍ରାମ ଘର ଆଲେପିକୁ ପଠାଇ ଦେଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking