30 C
Bhubaneswar
Sunday, June 21, 2026
Homeଦେଶ ବିଦେଶଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୭ ମୃତ, ୬୦ରୁ ଉର୍ଦ୍ଧ୍ବ ଗୁରୁତର

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୭ ମୃତ, ୬୦ରୁ ଉର୍ଦ୍ଧ୍ବ ଗୁରୁତର

ତାମିଲନାଡ଼ୁ : ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଘଟଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏହି ଅଘଟଣ ତାମିଲନାଡ଼ୁ ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ସ୍ଥିତ ଏକ ଚୁଙ୍ଗୁଡ଼ି କମ୍ପାନୀରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ମଞ୍ଜାନକାରାନାଇ ସ୍ଥିତ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟରେ ଗ୍ୟାସ୍ ଲିକ୍ ହୋଇଛି । ଗ୍ୟାସ୍ ଲିକର ପ୍ରକୃତ କାରଣ ଜଣାପଡ଼ିନାହିଁ । ବେଳେ କାର୍ଯ୍ୟରେ ନିୟୋଜିତ ଥିବା ଶତାଧିକ ଶ୍ରମିକ ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ହଠାତ ଗ୍ୟାସ୍ ଲିକ୍ ଯୋଗୁ ଫ୍ୟାକ୍ଟ୍ରି ଭିତରେ ଥିବା ଅନେକ ଶ୍ରମିକ ଅଚେତ ହୋଇପଡ଼ିଥିଲେ । ଘଟଣା ସମ୍ପର୍ମରେ ସୂଚନା ପାଇବା ମାତ୍ରେ କମ୍ପାନୀ ପକ୍ଷରୁ ଅଚେତ ଥିବା ସମସ୍ତ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୭ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଆମୋନିଆ ଗ୍ୟାସ୍ ପ୍ରଭାବରେ ୪୦ରୁ ଅଧିକ ଶ୍ରମିକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ ଘଟଣାର ତଦନ୍ତ ଜାରି ରହିଛି । ତିରୁଭଲ୍ଲୁର ଜିଲ୍ଲା କଲେକ୍ଟର ଏସ. କବିତା ୟୁନିଟରେ ସମ୍ଭାବ୍ୟ ସୁରକ୍ଷା ତ୍ରୁଟି ତଦନ୍ତ କରିବା ପାଇଁ ଏକ ଆନୁଷ୍ଠାନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking