31.7 C
Bhubaneswar
Saturday, June 20, 2026
Homeଓଡିଶାସ୍କୁଲରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ

ସ୍କୁଲରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜର ପାହାଡ଼ପୁରରେ ଆଜି ସୃଷ୍ଟି ହୋଇଛି ଏକ ଐତିହାସିକ ମୁହୂର୍ତ୍ତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ତାଙ୍କ ଜନ୍ମମାଟିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ସହ ଗାଁ ବୁଲିବା ସହ ସ୍ଥାନୀୟ ପୂଜାସ୍ଥଳୀରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ବୃକ୍ଷରୋପଣ କରିବା ସହ କୁନି କୁନି ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଛନ୍ତି ମୋଦୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ରକ୍ଷା କରି ପାହାଡ଼ପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମମାଟିର ବିଭିନ୍ନ ସ୍ଥାନ ବୁଲାଇ ଦେଖାଇଥିଲେ । ଆଦିବାସୀ ସଂସ୍କୃତି, ପରମ୍ପରା ଓ ଗ୍ରାମୀଣ ଜୀବନଶୈଳୀକୁ ନିକଟରୁ ଦେଖି ବେଶ୍ ଆନନ୍ଦିତ ହୋଇଥିଲେ ମୋଦୀ । ପାହାଡ଼ପୁରର ସ୍ଥାନୀୟ ପୂଜାସ୍ଥଳୀରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ରାଷ୍ଟ୍ରପତିଙ୍କ ସହ ମିଶି ଅଞ୍ଚଳର ସମୃଦ୍ଧି ଓ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଉଭୟ ନେତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଏହାପରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ସେଠାରେ ଉଭୟେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ସେମାନଙ୍କ ଶିକ୍ଷା, ସ୍ୱପ୍ନ ଓ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ ମୋଦୀ । ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି, ଗାଁ ବୁଲା, ପୂଜାର୍ଚ୍ଚନା ଓ କୁନି ପିଲାଙ୍କ ସହ ମିଶିବାର ଦୃଶ୍ୟ ଆଜି ମୟୂରଭଞ୍ଜବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking