33.3 C
Bhubaneswar
Saturday, June 20, 2026
Homeଓଡିଶାକାହିଁକି ଓଡିଶାର ଛବି କଳୁଷିତ ହେବାକୁ ଛାଡି ଦିଆଯାଇଛି: ନବୀନ

କାହିଁକି ଓଡିଶାର ଛବି କଳୁଷିତ ହେବାକୁ ଛାଡି ଦିଆଯାଇଛି: ନବୀନ

ଭୁବନେଶ୍ୱର: ରାୟଗଡ, କଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଛାତ୍ରୀଙ୍କୁ ସମବେଦନା ଜଣାଇଛନ୍ତି । ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି, ଉକ୍ତ ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡିଶାକୁ ବିଚଳିତ କରିଛି । ସର୍ବ ସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଘଟିଥିବା ବିଭତ୍ସ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । କାହିଁକି ଓଡିଶାର ଛବି କଳୁଷିତ ହେବାକୁ ଛାଡି ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।  ଆହୁରି କହିଛନ୍ତି, ଏପରି ଘଟଣା ଘଟିବା ସାରା ରାଜ୍ୟରେ ଆଲୋଡନ ସୃା୍‌ଟି କରିଛି । ଏହାର କାର୍ଯ୍ୟାନୁଷ୍ଠାନ ସରକାର ତତ୍ପରତାର ସହ ନେବା ଦରକାର । ଏ ସରକାର, ଏ ପୋଲିସ ପ୍ରଶାସନ ଏତେ ଅସହାୟ କାହିଁକି, ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି । ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବୀଭତ୍ସ କାଣ୍ଡ ଘଟିବାକୁ  ପ୍ରଶ୍ରୟ  ଦେଉନାହିଁକି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଆହୁରି କହିଛନ୍ତି, ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ ବିକାଶ ଧାରା ଓଡିଶା ସାରା କହି ଉତ୍ସବରେ ମାତିଛନ୍ତି । ଶେଷରେ ନବୀନ ସରକାରଙ୍କୁ କହିଛନ୍ତି, ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କି ରାଜ୍ୟରେ ମା, ଭଉଣୀଙ୍କୁ ସୁରକ୍ଷା ଦିଅନ୍ତୁ । ଓ ଆଇନ ଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking