33.3 C
Bhubaneswar
Saturday, June 20, 2026
Homeଓଡିଶା୫ ଦିନରେ କୋଟିଏ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଟ୍ରିବ୍ୟୁନାଲ

୫ ଦିନରେ କୋଟିଏ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ମାତ୍ର ୫ ଦିନରେ କୋଟିଏ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଟ୍ରିବ୍ୟୁନାଲ । ମହାନଦୀ ଜଳ ବିବାଦର ସମାଧାନ ଲାଗି ଓଡ଼ିଶା ଗସ୍ତରେ ଆସିଥିବା ଟ୍ରିବୁନାଲଙ୍କ ଟିମ୍ ପାଇଁ ୧ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସୂଚନା ଅଧିକାର ବଳରେ ଏ ତଥ୍ୟ ସାମ୍ନାକୁ ଆସିଛି । ଗତ ଫେବ୍ରୁଆରି ମାସରେ ମହାନଦୀ ଟ୍ରିବୁନାଲ୍‌ର ୧୦ ଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲେ ।ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ବରେ ଏହି ଟିମ୍ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ । ସମ୍ବଲପୁରରେ ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ୍ ଓ ଚିପିଲିମା ପାୱାର ହାଉସ୍ ବୁଲିବା ସହ ୩ ଦିନ ଧରି ପୁରୀ, କୋଣାର୍କ, ସାତପଡ଼ା, ଚିଲିକା ଏବଂ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ । ବିଭିନ୍ନ ହୋଟେଲରେ ରହଣୀ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଖର୍ଚ୍ଚକୁ ମିଶାଇ ମୋଟ ୧ କୋଟି ୪୫ ଲକ୍ଷ ୫୫ ହଜାର ୪୮୦ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking