32.7 C
Bhubaneswar
Friday, June 19, 2026
Homeଓଡିଶାରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି 

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି 

ରାଇରଙ୍ଗପୁର: ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି  । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ।  ଦୁଇ ଦିନିଆ ମୟୂରଭଞ୍ଜ  ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ତେବେ ପାଗ ଖରାପ ଯୋଗୁ ଆକାଶ ପଥରେ ନ ଆସି ସଡ଼କ ପଥରେ ଆସିଛନ୍ତି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ । ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ । ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଆଁ ପାହାଡ଼ପୁରକୁ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡ଼ପୁର ସଜେଇ ହୋଇଛି ।ଗଶାଣୀ ପୀଠ ଦର୍ଶନ କରିପାରନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ , ଗାଁରେ ଉତ୍ସାହର ଲହରୀ

୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାଙ୍ଗରେ ଧରି ରାଷ୍ଟ୍ରପତି ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ତଥା ଧାର୍ମିକକେନ୍ଦ୍ର ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ପୀଠ ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରା ପୀଠକୁ ଯିବେ । ସେଠାରୁ ଦିନ ୧୧.୨୫ରେ ନିକଟସ୍ଥ ଦକ୍ଷତା ବିକାଶକେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକଯୁବତୀଙ୍କ ସହିତ ବାର୍ତ୍ତାଳାପ କରିବେ । ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇପୁତ୍ରଙ୍କ ସ୍ମୃତିରେ ପାହାଡ଼ପୁରରେ ପ୍ରତିଷ୍ଠିତ ଏସ୍‌ଏଲ୍‌ଏସ୍‌ ମେମୋରିଆଲ୍‌ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଭାବ ବିନିମୟ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking