38.3 C
Bhubaneswar
Friday, June 19, 2026
Homeଓଡିଶାଭିଜିଲାନ୍ସ ଜାଲରେ କୋଟପାଡ଼ ଏଇଇ

ଭିଜିଲାନ୍ସ ଜାଲରେ କୋଟପାଡ଼ ଏଇଇ

କୋରାପୁଟ: ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛି ଭିଜିଲାନ୍ସ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । ଭୋରୁ ଭୋରୁ ଭିଜିଲାନ୍ସର ଏକାଧିକ ଟିମ୍ ଏକକାଳୀନ ଭାବେ ୭ଟି ସ୍ଥାନରେ ରେଡ୍ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ, ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ତାଙ୍କ ସହ ସମ୍ପୃକ୍ତ ଅନ୍ୟାନ୍ୟ ସ୍ଥାନରେ ଏହି ଚଢ଼ାଉ ଚାଲିଛି ।ଚଢ଼ାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ଜମିଜମା, କୋଠାବାଡ଼ି, ବ୍ୟାଙ୍କ ଜମାରାଶି, ବୀମା ନିବେଶ, ଯାନବାହନ ଓ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଦସ୍ତାବିଜ ଯାଞ୍ଚ କରୁଛନ୍ତି ।  ଭିଜିଲାନ୍ସ ସୂତ୍ରରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ତାଙ୍କ ଜଣାଶୁଣା ଆୟ ତୁଳନାରେ ବହୁ ପରିମାଣର ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗର ତଦନ୍ତ କରାଯାଉଛି । ଏହି ଚଢ଼ାଉରେ ଭିଜିଲାନ୍ସର ବରିଷ୍ଠ ଅଧିକାରୀ, ଡିଏସ୍‌ପି ଓ ଇନ୍ସପେକ୍ଟର ସ୍ତରର ଅଧିକାରୀମାନେ ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking