30.7 C
Bhubaneswar
Thursday, June 18, 2026
Homeଓଡିଶାଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବରିଷ୍ଠ ଛାତ୍ର କଂଗ୍ରେସ ନେତା ବିଭୁତି ଭୂଷଣ ମହାପାତ୍ର ଓ ସ୍ପନ୍ଦନ ସ୍ୱାଇଁ ଙ୍କ ନେତୃତ୍ୱରେ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । ଏହି ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରତି ସରକାର ବିଶ୍ୱାସଘାତକତା କରିଛନ୍ତି । ଏହି ପାଠ୍ୟପୁସ୍ତକ ମାନଙ୍କରେ କିଭଳି ୧୬୦୦ ରୁ ଉର୍ଦ୍ଧ୍ୱ ତ୍ରୁଟି ରହିଲା ଏବଂ ଏହି ଦାୟିତ୍ୱରେ ଥିବା କତୃପକ୍ଷ କିଭଳି ଏତେ ସାଂଘାତିକ ତ୍ରୁଟି କଲେ ତାହା ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାରଙ୍କର ମୌଳିକ ଶିକ୍ଷାରେ ଥିବା ପାଠ ସଂପର୍କରେ ଜ୍ଞାନ ନଥିବା ଦର୍ଶାଇ ଏହି ବିକ୍ଷୋଭରେ ଛବିଳମଧୁ ବର୍ଣ୍ଣବୋଧ ବହି ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାର ଗଣଶିକ୍ଷା ବିଭାଗର ଖାମଖିଆଲି ମନୋଭାବ ଓଡ଼ିଶାର ଲକ୍ଷ ଲକ୍ଷ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବ୍ୟଥିତ କରିଛି । ଏହି ତ୍ରୁଟି ପାଇଁ ମୁଖ୍ୟମନ୍ତ୍ରୀ ହାତଯୋଡ଼ି ଓଡ଼ିଶାବାସୀଙ୍କୁ ଭୁଲ ମାଗିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ବହିସ୍କାର କରାଯିବା ସହ ପୁସ୍ତକ ପ୍ରସ୍ତୁତି ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୁନଃ ମୁଦ୍ରଣ କରି ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ପୁସ୍ତକ ଯୋଗାଇ ଦିଆଯାଉ ।

ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ି ପଡ଼ିଛି । ଓଡ଼ିଆ ଅସ୍ମିତାର ଆହ୍ୱାନ ଦେଉଥିବା ମୋହନ ସରକାର ଏହି ତ୍ରୁଟି ପାଇଁ ସାଧାରଣ ଜନତାଙ୍କ ନିକଟରେ ଜବାବ ରଖନ୍ତୁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଏକ ଅକ୍ଷମଣୀୟ ଅପରାଧ । ସମଗ୍ର ଗଣଶିକ୍ଷା ବିଭାଗ ଏହି ତ୍ରୁଟି ପାଇଁ ସମଗ୍ର ଗଣଶିକ୍ଷା ବିଭାଗ କିପରି ଚାଲିଛି ତାହା ଏହି ତ୍ରୁଟିରୁ ଉପଲବ୍ôଧ ହେଉଛି । ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଏଭଳି ଦୟନୀୟ ପରିସ୍ଥିତିକୁ ଠେଲି ଦିଆଯାଉଛି । ଏଭଳି ଅଜ୍ଞ ବ୍ୟବସ୍ଥାକୁ ନେଇ ଓଡ଼ିଶାର ଗଣଶିକ୍ଷା ବିଭାଗ କିଭଳି ଆଗେଇବ ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ସୁଦିପ ସାମଲ, ମହମ୍ମଦ ଗୁଲଫାମ, ସୁନିଲ ସାହୁ ଗାନ୍ଧୀ, ସୁଶ୍ରୀ ବେହେରା, ବିଶ୍ୱଭୂଷଣ ମହାପାତ୍ର, ହରିଶଙ୍କର ରାଉତ, ପ୍ରିୟବ୍ରତ ସାମନ୍ତ ରାୟ, ଆର୍ଯ୍ୟାନ ସାସମଲ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking