ପୁରୀ: ହିଟ ୱେଭ ପାଇଁ ପୁରୀରେ ସ୍କୁଲ ଛୁଟି ବଢିଲା । ୨୨ ତାରିଖ ଯାଏଁ ଛୁଟି ବୃଦ୍ଧି ଘୋଷଣା କରାଯାଇଛି ।କେବଳ ପୁରୀ ନୁହେଁ ପୂର୍ବରୁ ଅନୁଗୁଳ, ଗଞ୍ଜାମ ବରଗଡରେ ମଧ୍ୟ ପ୍ରବଳ ଖରା କାରଣରୁ ସ୍କୁଲ , କଲେଜ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଛୁଟି କରାଯାଇଥିଲା । ପାଗ ଦେଖି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏପଟେ ଆଜି ସ୍କୁଲ ଖୋଲା ହେବାର ଥିଲା କିନ୍ତୁ ହିଟୱେଭ ଯୋଗୁଁ ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି ।










