38.7 C
Bhubaneswar
Thursday, June 18, 2026
Homeଦେଶ ବିଦେଶଗଭୀର ଖାଇକୁ ଖସିଲା ବୋଲେରୋ: ୭ ମୃତ

ଗଭୀର ଖାଇକୁ ଖସିଲା ବୋଲେରୋ: ୭ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡିଟି ନିୟନ୍ତ୍ରଣ ହରାଇ ଗଭୀର ଖାଇକି ଖସିପଡିବାରୁ ପ୍ରାୟ ସାତ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ବିଳମ୍ବିତ ରାତିରେ ମସରୁଣ୍ଡ – ହାମାଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ କୁଠେଡ ଅନ୍ତର୍ଗତ ମାହଲ ଗ୍ରାମର କିଛି ବାସିନ୍ଦାମାନେ ମୁଣ୍ଡନ ସମାରୋହ ଭୋଜିରେ ଯୋଗ ଦେବାକୁ ଏକ ବୋଲେରୋ ଯୋଗେ ଯାଇଥିଲେ । ସବୁ କାର୍ଯ୍ୟକ୍ରମ ସରିବା ପରେ ଘରକୁ ଫେରିବା ବେଳେ  ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଚମ୍ବାରେ ମସରୁଣ୍ଡ – ହାମାଲର ପାହାଡିଆ ରାସ୍ତାରେ ନିୟନ୍ତ୍ରଣ ହରାଇ ବୋଲେରୋଟି ଏକ ଗଭୀର ଖାଇକୁ ଖସିପଡିଥିଲା । ଫଳରେ ଗାଡିରେ ଥିବା ସମସ୍ତ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକଙ୍କ ମଧ୍ୟରେ ମହିଳା ଏବଂ ପୁରୁଷ ରହିଛନ୍ତି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଗାଡିଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ଟିମ, ପୋଲିସ , ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ଧାର ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ପୋଲିସ ସମସ୍ତ ମୃତଦେହକୁ ଜବତ କରି ଏହାର ସଠିକ କାରଣ ଜାଣିବା ପାଇଁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking