ନୂଆଦିଲ୍ଲୀ: ଦିଲ୍ଲୀରୁ ଯାତ୍ରୀମାନଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆ ଏକ ବିମାନ ବୁଧବାର ସକାଳେ ଛତିଶଗଡର ରାୟପୁର ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା , କିନ୍ତୁ ଭାଗ୍ୟବଶତଃ ବିମାନଟି ପ୍ରଟୋକୋଲ ଅନୁଯାୟୀ, ସୁରକ୍ଷିତ ଅବତରଣ କରିଛି ଏବଂ ବିମାନର ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । ରାୟପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଏୟାରଲାଇନ୍ସ ପକ୍ଷରୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସିଡ୍ୟୁର ଆଧାରରେ ବିମାନର ସମସ୍ତ ବୈଷୟିକ ଯାଞ୍ଚ କରାଯାଇଥିଲା । ବିମାନର କୌଣସି ବଡ ଧରଣର କ୍ଷତି ହୋଇନଥିବା ସ୍ପଷ୍ଟ ହେବା ଏବଂ ଏୟାର ୱର୍ଦ୍ଦିନେସ ପ୍ରମାଣପତ୍ର ମିଳିବା ପରେ ବିମାନଟିକୁ ପରବର୍ତ୍ତୀ ଉଡାଣ ପାଇଁ ଅନୁମତି ଦିଆଯାଇଥିଲା । ଓ ଏହା ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି ।










