32.8 C
Bhubaneswar
Wednesday, June 17, 2026
Homeଓଡିଶାପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା

କେନ୍ଦ୍ରାପଡା: ତିଖିରି ସରପଞ୍ଚ ଚାମେଲି ଓଝା ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡିଆରେ ଚିଠି ଲେଖିଲେ। ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କଲେ। ପୂର୍ବରୁ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବହୁ ବାଦ ବିବାଦ ପରେ ଗତକାଲି ଚାମେଲିଙ୍କୁ ଜାମିନ ମିଳିଛି। ଏସଡିଜେଏମ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମହାକାଳପଡା ପୋଲିସ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କୁ ଜାମିନ ମିଳିଛି। ଏବେ ବି କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଚାମେଲି । ଗତକାଲି ମହାକାଳପଡା ପୋଲିସ ଚାମେଲି ଓ ତାଙ୍କ ଭାଇଙ୍କ ଫୋନ ତାଙ୍କ ବାପାଙ୍କୁ ଫେରାଇ ଦେଇଛି । ସେପଟେ ଚାମେଲିଙ୍କ ଏତଲା ଆଧାରରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ଚାମେଲି ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking