ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ମହିଳା ଜଜଙ୍କ ସହ ଘଟିଥିବା ଯୌତୁକ ନିର୍ଯାତନା ମାମଲା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ଏହି ଘଟଣାରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଅଭିଯୋଗ ଅନୁଯାୟୀ, ମହିଳା ଜଜଙ୍କୁ ତାଙ୍କ ସ୍ୱାମୀ ପକ୍ଷରୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା । ଏହି ଘଟଣା ପରେ ସେ ପ୍ରାୟ ୧୦ ମାସ ଧରି ଅଲଗା ରହୁଥିଲେ ବୋଲି ଜଣାପଡିଛି । ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରୁ ମହିଳା ଜଜଙ୍କ ସ୍ୱାମୀଙ୍କୁ ଗିରଫ କରାଯଇଛି । ଏହି ଗିରଫକାରୀ କାର୍ଯ୍ୟାନୁଷ୍ଠାନକୁ ଭୁବନେଶ୍ୱର ମହିଳା ଥାନା ପୁଲିସ କରିଛି । ପୋଲିସ ତଥ୍ୟ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀଙ୍କୁ ଭୁବନେଶ୍ୱରର ବାପୁଜୀ ନଗର ଅଞ୍ଚଳରୁ ଧରାଯାଇଥିଲା ଏବଂ ପରେ ତାଙ୍କୁ ଆଇନଗତ ପ୍ରକ୍ରିୟା ଅନୁସାରେ ଅଟକ ରଖାଯାଇଛି ।










