ନୂଆଦିଲ୍ଲୀ: ଭାରତୀୟ ସେନା ତାର ୟୁନିଫର୍ମ ବଦଳାଇବାକୁ ଯାଉଛି । ଏହା ସହିତ କିଛି ନୂଆ ନିୟମ ଆଣି ବଡ଼ ଐତିହାସିକ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁଯାୟୀ, ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏହେ ଫୁଲ୍ ବେକ ବଣ୍ଡି ଜ୍ୟାକେଟ୍ ପିନ୍ଧିବାକୁ ଅନୁମତି ମିଳିଛି । ପାରମ୍ପରିକ ପାଉଟ୍ ବେଲ୍ଟକୁ ହଟାଇ ଦିଆଯାଇଛି । ଏହା ବ୍ୟତୀୟ, ପରେଡ୍ ସମୟରେ ସମୀକ୍ଷା ଅଧିକାରୀଙ୍କ ପାଇଁ ଖଣ୍ଡା ବହନ କରିବା ବାଧ୍ୟତାମୂଳକକୁ ଇଚ୍ଛାଧୀନ କରାଯାଇଛି । ଏହି ସମସ୍ତ ପରିବର୍ତ୍ତନ ସେନା ଦ୍ୱାରା ଜାରି କରାଯାଇଥିବା ୧୭୪ ପୃଷ୍ଠାର ଏକ ନୂଆ ମାନୁଆଲ୍ ଆର୍ମି ୟୁନିଫର୍ମ ୨୦୨୬ରେ ଦିଆଯାଇଛି । ଏହା ପୂର୍ବରୁ ସେନା ପ୍ରାୟ ୮ ବର୍ଷ ପୂର୍ବେ ତାର ୟୁନିଫର୍ମରେ ଏପରି ବ୍ୟାପକ ମାନୁଆଲ୍ ଜାରି କରିଥିଲା ।
ମାନୁଆଲର ଏକ ଅଂଶରେ କୁହାଯାଇଛି ଯେ, ଏହି ପରିବର୍ତ୍ତନଗୁଡିକ ଦେଶର ଭାବନା ଏବଂ ପରିବର୍ତ୍ତିତ ସାର୍ବଭୌମ ପରିଚୟକୁ ଧ୍ୟାନରେ ରଖି କରାଯାଇଛି । ଏହି ସଂସ୍କାରଗୁଡିକ ଭାରତୀୟ ସେନାର ମର୍ଯ୍ୟାଦା, ଦକ୍ଷତା ଏବଂ ସ୍ଥାୟୀ ପରମ୍ପରାକୁ ବଜାୟ ରଖି ଉପନିବେଶିକ ଯୁଗରେ ହୋଇଥିବା ପ୍ରତୀକକୁ ହଟାଇବାର ଏକ ପ୍ରଗତିଶୀଳ ପ୍ରାୟସ ।
ୟୁନିଫର୍ମରେ ପ୍ରମୁଖ ପରିବର୍ତ୍ତନ-
ବଣ୍ଡି ଜ୍ୟାକେଟ- ପ୍ରଥମ ଥର ପାଇଁ ଅଧିକାରୀମାନଙ୍କୁ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏକ ଫୁଲ୍ ବେକ ବଣ୍ଡି ଜ୍ୟାକେଟ୍ ପିନ୍ଧିବାକୁ ଅନୁମତି ଦିଆଯାଇଛି । ଏହାକୁ ଫୁଲ୍ ସାର୍ଟ ଉପରେ ପିନ୍ଧାଯାଇପାରିବ । ଜ୍ୟାକେଟଟି ସଲିଡ୍ ଏବଂ ଲାଇଟ୍ ରଙ୍ଗର ହେବ । ଏହାକୁ ହୁକ୍ ସହିତ କିମ୍ବା ବିନା ହୁକରେ ପିନ୍ଧା ଯାଇପାରିବ ।
ମହିଳା ଅଧିକାରୀଙ୍କ ପାଇଁ ନିୟମ- ମହିଳା ଅଧିକାରୀମାନେ ସିଧା ପ୍ୟାଣ୍ଟ ସହିତ ଏକ ସାଧା ରଙ୍ଗର ଶାଢୀ କୁର୍ତ୍ତା-ସାଲୱାର କିମ୍ବା ଓଢଣୀ ପିନ୍ଧି ପାରିବେ । ତଥାପି ସ୍ଲିଭଲେସ୍ କୁର୍ତ୍ତା ଏବଂ ସିଗାରେଟ୍ ପ୍ୟାଣ୍ଟ ଭଳି କାଜୁଆଲ ପୋଷାକ ସମ୍ପୂର୍ଣ୍ଣ ନିଷୋଧ । ଏହା ସହିତ ସେନାର ସବୁ ରାଙ୍କ ପାଇଁ ନୂଆ ଶୀତକାଳୀନ ପୋଷାକ ୩ବି ପ୍ରଚଳନ କରିଛି । ଯେଉଁଥିରେ ଆଙ୍ଗୋଲା ସାର୍ଟ ଏବଂ ବେରେଟ୍ ସହିତ ଯୁଦ୍ଧ ଜ୍ୟାକେଟ୍ ଅନ୍ତର୍ଭୁକ୍ତ । ଦାଢି ଉପରେ କଠୋର ନିର୍ଦ୍ଦେଶାବଳୀ- ନୂଆ ମାନୁଆଲ୍ ସେନାଙ୍କ ଜୀବନଶୈଳୀ, ସାଜସଜ୍ଜା ଏବଂ ପୋଷାକ ପାଇଂ ମାନଦଣ୍ଡକୁ ମଧ୍ୟ କଡାକଡି କରାଯାଇଛି । ଟାଟୁ ଏବଂ ଶରୀର ଫୋଡାଇବା କଡାକଡି ଭାବରେ ନିଷେଧ ହେବ । ୟୁନିଫର୍ମ ପିନ୍ଧିଥିବା ସମୟରେ ଯେକୌଣସି ପ୍ରକାରର ହାତରେ କିଛି ପିନ୍ଧି ପାରିବେ ନାହିଁ । ଉତ୍ସବ ଦିନରେ ଗଳାରେ ପୂଜା ସୂତା ପିନ୍ଧିବା ଏକମାତ୍ର ବ୍ୟତିକ୍ରମ ହେବ । ଶିଖ୍ ସୈନିକଙ୍କ ବ୍ୟତୀୟ ଅନ୍ୟ କୌଣସି ସେନାଙ୍କୁ ଧାର୍ମିକ ପ୍ରତୀକ ପ୍ରଦର୍ଶନ କରିବାର ଅନୁମତି ନାହିଁ । ସୈନିକଙ୍କ ଦାଢି ୧୨ ସେଣ୍ଟିମିଟରରୁ ଅଧିକ ହେବା ଉଚିତ୍ ନୁହେଁ ।










