33.3 C
Bhubaneswar
Saturday, June 13, 2026
Homeଦେଶ ବିଦେଶସିବିଟି ମୋଡରେ ହେବ ରେଲୱେ ପରୀକ୍ଷା

ସିବିଟି ମୋଡରେ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଶୁକ୍ରବାର ଇଣ୍ଡିଆନ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ସଠିକ କରିବା ଏବଂ ପ୍ରଯୁକ୍ତିବିଦ୍ୟା (ଟେକ୍ନୋଲୋଜି) ଆଧାରିତ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ ସେ ସମସ୍ତ ବିଭାଗୀୟ ପରୀକ୍ଷାକୁ ସିବିଟି (CBT) ଅର୍ଥାତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ କରିବା ଏବଂ ଟାବଲେଟ ଆଧାରିତ ଟେଷ୍ଟିଂ (TBT) ର ପରିସର ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେଳବାଇର ସମସ୍ତ ବିଭାଗୀୟ ନିଯୁକ୍ତି ପରୀକ୍ଷା ଏବେ ସିବିଟି ମୋଡ୍ରେ ହେବ। ଏହାସହ ନିଯୁକ୍ତି ପରୀକ୍ଷାଗୁଡ଼ିକରେ ଏବେ ଟାବଲେଟ ଆଧାରିତ ଟେଷ୍ଟିଂ (TBT) ର ପରିସରକୁ ଅଧିକ ବୃଦ୍ଧି କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking