39.6 C
Bhubaneswar
Thursday, June 11, 2026
Homeଓଡିଶାଲକ୍ଷ୍‌ମଣାନନ୍ଦ ତଦନ୍ତ ଫାଇଲ ଗାଏବ ଯୋଜନାବଦ୍ଧ

ଲକ୍ଷ୍‌ମଣାନନ୍ଦ ତଦନ୍ତ ଫାଇଲ ଗାଏବ ଯୋଜନାବଦ୍ଧ

ଭୁବନେଶ୍ୱର: ସିଏମଓରୁ ଫାଇଲ ଗାଏବ ନେଇ ବିଜେପିର ସାଂଘାତିକ ଅଭିଯୋଗ । ପ୍ରେସମିଟ କରି ବର୍ଷିଲେ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ଲକ୍ଷ୍‌ଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ତଦନ୍ତ ମାମଲାର ତଦନ୍ତ ରିପୋର୍ଟ ନେଇ ଟାର୍ଗେଟ କଲେ । ୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ତଦନ୍ତ କମିଶନ ରିପୋର୍ଟ ଦେଇଥିଲେ । ୨୦୧୬ ସେପ୍ଟେମ୍ବର ୧୯ରେ ମୁଖ୍ୟ ସଚିବ ନବୀନଙ୍କୁ ଦପ୍ତରକୁ ପଠାଇଲେ । ୨୦୨୪ ଜୁନ ୪ ଭୋଟ ଗଣତି ବେଳେ ବିଜେପି ଆଗୁଆ ହେବାରୁ ଫାଇଲ ଗଲା । ସବୁ ଫାଇଲ ଗୃହକୁ ବିଭାଗକୁ ଗଲା, ମାତ୍ର ଦୁଇଟି ଫାଇଲ ଗଲା ନାହିଁ । ଲକ୍ଷ୍‌ମଣାନନ୍ଦ ସରସ୍ୱତୀ ହତ୍ୟା ତଦନ୍ତ, ସମ ହସ୍ପିଟାଲ ତଦନ୍ତ ରିପୋର୍ଟ ଗଲାନି । ଯୋଜନାବଦ୍ଧ ଭାବେ ଏହାକୁ ଲୁଚାଇ ଦିଆଗଲା । ଫାଇଲ ନ ମିଳିବାରୁ ୨୦୨୫ ଅକ୍ଟୋବର ୨୩ରେ ନବୀନଙ୍କୁ ଚିଠି ହେଲା । ଗୃହ ବିଭାଗ ଚିଠି କରିବା ପରେ ନବୀନ ଏହାର କୌଣସି ଉତ୍ତର ଦେଲେନି । ୨୦୨୫ ନଭେମ୍ବର ୪ରେ ପୁଣି ଥରେ ନବୀନଙ୍କୁ ରିମାଇଣ୍ଡର ଗଲା । ସୂଚନାଥାଉକି, ,କିଛିଦିନ ତଳେ ଝାରସୁଗୁଡ଼ା ଜିଲା ଭେଡେନ ନାଳର ଶାଖା ଖେରୁଆଲ ନାଳରୁ ବେଆଇନ ଭାବେ ଜଳ ଉଠାଇବା ନେଇ ବେଦାନ୍ତ ଆଲୁମିନାକୁ ୨୩୩ କୋଟିରୁ ଅଧିକ ଟଙ୍କାର ଜରିମାନା କରାଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ମଧ୍ୟ ଉପରୋକ୍ତ ୨ ଟି ତଦନ୍ତ କମିଶନ ରିପୋର୍ଟ ସାଙ୍ଗରେ ହଜିଯାଇଥିବା ଶୁଣିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking