39.6 C
Bhubaneswar
Thursday, June 11, 2026
Homeଓଡିଶାରଜରେ ଭିଜିବ ଓଡ଼ିଶା: ତାତିରୁ ମିଳିବ ଆଶ୍ୱସ୍ତି

ରଜରେ ଭିଜିବ ଓଡ଼ିଶା: ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ରଜରେ ଭିଜିବ ଓଡ଼ିଶା। ତାତିରୁ ମିଳିବ ମୁକ୍ତି, ବର୍ଷା ଆଣୁଛି ଆଶ୍ୱସ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବ। ଏହାର ପ୍ରଭାବରେ ରଜ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ପାଗ ମନୋରମ ରହିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଖରା ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ଜିଲାରେ ମେଘୁଆ ପାଗ ସହ ବର୍ଷା, ବଜ୍ରପାତ ଓ ଝଡ଼ ପବନ ଦେଖିବାକୁ ମିଳୁଛି। ଆସନ୍ତା ୩ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ତାପମାତ୍ରା ଆହୁରି ହ୍ରାସ ପାଇବା ସହ ଅସହ୍ୟ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରଜ ଅବସରରେ ମୌସୁମୀ ବାୟୁର ଆଗମନ ଓ ବର୍ଷା ସମ୍ଭାବନା ଚାଷୀଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking