34.8 C
Bhubaneswar
Wednesday, June 10, 2026
Homeଓଡିଶାମିସନଶକ୍ତି କାଫେରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ୨ ମହିଳା

ମିସନଶକ୍ତି କାଫେରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ୨ ମହିଳା

ମାଲକାନଗିରି: ମିସନଶକ୍ତି କ୍ୟାଫେରେ ଅଘଟଣ , ଅଳ୍ପକେ ବର୍ତ୍ତିଗଲେ ମହିଳା । ମାଲକାନଗିରି ଜିଲା ମାଥିଲି ସବ୍‌ଡିଭିଜନ ମେଡିକାଲ ପରିସରରେ ଥିବା ମିସନଶକ୍ତି କ୍ୟାଫେରେ ହଠାତ୍ ନିଆଁ ଲାଗି ଅଘଟଣ ଘଟିଛି । ରୋଷେଇ ସମୟରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ହଠାତ୍ ନିଆଁ ଲାଗିଯାଇଥିଲା । ଶେଷରେ ଉପାୟଶୂନ୍ୟ ୨ ମହିଳା ରୋଷେଇ ଛାଡି ଦୌଡ଼ିଥିଲେ । ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।ଘଟଣାସ୍ଥଳରେ ମାଥିଲି ଦମକଳ ବାହିନୀର ଟିମ୍ ଆସି ନିଆଁକୁ ଆୟତ୍ତ କରିପାରିଛି।  କ୍ୟାଫେର ୨୫ ପ୍ରତିଶତ ପୋଡି ନଷ୍ଟ ହୋଇଥିବା ସୂଚନା ଦିଆଯାଇଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking