42.9 C
Bhubaneswar
Wednesday, June 10, 2026
Homeଓଡିଶାଶାଶୁ ଓ ଶ୍ବଶୁରଙ୍କୁ ନିଆଁ ଲଗାଇଦେଲା ଜ୍ୱାଇଁ

ଶାଶୁ ଓ ଶ୍ବଶୁରଙ୍କୁ ନିଆଁ ଲଗାଇଦେଲା ଜ୍ୱାଇଁ

ନାଉପଦ: ନାଉପଦ ଗାଁରେ ଏକ ଭୟଙ୍କର ପାରିବାରିକ ହିଂସା ଘଟଣା ସାମ୍ନାକୁ ଆସିଛି । ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ହଠାତ ଆକ୍ରମଣରେ ଜ୍ୱାଇଁ ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଦୁହେଁ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତୁରନ୍ତ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଅବସ୍ଥା ଚିନ୍ତାଜନକ ବୋଲି ଜଣାପଡିଛି । ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଛନ୍ତି । ଶୁଳିଆପଦା ପୋପଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking