ବାଲେଶ୍ବର: ଦୁଇ ସାଙ୍ଗକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ଜଣେ ଗୁରୁତର । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବାବେଳେ ଟ୍ରକକୁ ଜବତ କରି ତଦନ୍ତ କରୁଛି ବାଲେଶ୍ବର ଶିଳ୍ପାଞ୍ଚଳ ପୁଲିସ । ଦୁଇ ଜଣକୁ ଉଦ୍ଧାର କରି ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଜଣକୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ରେମୁଣା ଗୋଲେଇରୁ ସୁତେଇ ବଡ଼ଗାଁ ଶ୍ୟାମରାଇପୁର ନିଜ ଗାଁକୁ ଦୁଇ ସାଙ୍ଗ ବାଇକରେ ଫେରୁଥିବାବେଳେ ପଛପଟୁ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ।ଘଟଣାସ୍ଥଳରୁ ଡ୍ରାଇଭର ଫେରାଇ ହୋଇଥିବାବେଳେ ଟ୍ରକ୍କୁ ଜବତ କରି ତଦନ୍ତ ଜାରି ରହିଛି ଶିଳ୍ପାଞ୍ଚଳ ପୁଲିସ । ଗୁରୁତରଙ୍କୁ ରେମୁଣା ମେଡିକାଲ କଲେଜ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ୩୦ ବର୍ଷୀୟ ବିଜୟ ଦାସଙ୍କୁ ମୃତ ଘୋଷଣା କରିଛନ୍ତି । ବିଳମ୍ୱିତ ରାତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିବାବେଳେ ଅସହାୟ ପରିବାରକୁ ଗ୍ରାମବାସୀ ଓ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି ।










