34.2 C
Bhubaneswar
Monday, June 8, 2026
Homeଓଡିଶାପୁରୀରେ ଅବତରଣ କଲା ସିଏମଙ୍କ ହେଲିକେପ୍ଟର

ପୁରୀରେ ଅବତରଣ କଲା ସିଏମଙ୍କ ହେଲିକେପ୍ଟର

ଭୁବନେଶ୍ୱର: ପ୍ରତିକୂଳ ପାଗ ପାଇଁ ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର । ପ୍ରତିକୂଳ ପାଗ ପାଇଁ ଭୁବନେଶ୍ୱର ପରିବର୍ତ୍ତେ ପୁରୀରେ ଅବତରଣ କଲା । ସମଙ୍ଗ ଅସ୍ଥାୟୀ ବସ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏପଟେ ଅସହ୍ୟ ଗରମ ସେପଟେ ଅପରାହ୍ଣ ହେବା ମାତ୍ରେ ତାଣ୍ଡବ କରୁଛି କାଳବୈଶାଖୀ। ଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ ଗଛ ଉପୁଡି ପ୍ରବଳ ବର୍ଷା,ପବନ ସହ ବଜ୍ରପାତ ହେଉଛି। ସୋମବାର ମଧ୍ୟ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ରହିଛି। କଟକ-ଭୁବନେଶ୍ୱର ମୁହାଁ ହୋଇଛି କାଳବୈଶାଖୀ। ସନ୍ଧ୍ୟା ସୁଦ୍ଧା ଟ୍ୱିନ ସିଟିରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପୂର୍ବାନୁମାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking