34.2 C
Bhubaneswar
Monday, June 8, 2026
Homeଓଡିଶାଓଡ଼ିଶାମୁହାଁ ମୌସୁମି

ଓଡ଼ିଶାମୁହାଁ ମୌସୁମି

ଭୁବନେଶ୍ବର: ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଗ୍ରସର ପାଇଁ ବଙ୍ଗୋପସାଗରରେ ଲଘୁଚାପ ଦରକାର। କିନ୍ତୁ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କି ଲଘୁଚାପ ସୃଷ୍ଟିର କୌଣସି ସଙ୍କେତ ମିଳୁନାହିଁ। ପୂର୍ବରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ବାୟୁମଣ୍ଡଳରେ ଆର୍ଦ୍ରତା ଥିଲା। ଏବେ ଦକ୍ଷିଣ-ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ବାୟୁମଣ୍ଡଳକୁ ଆର୍ଦ୍ରତା ଆସିଲାଣି। ଗତ ୪୮ଘଣ୍ଟା ପୂର୍ବେ ବଙ୍ଗୋପସାଗରରେ ଯେଉଁ ଆର୍ଦ୍ରତା ସ୍ଥିତି ଥିଲା, ବର୍ତ୍ତମାନ ଦେଖିଲେ ଆର୍ଦ୍ରତା ସ୍ଥିତିରେ ପରିବର୍ତ୍ତନ ଆସିଛି। ତେଣୁ ଓଡ଼ିଶା ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଗ୍ରସର ହେଉଛି ବୋଲି ପାଣିପାଗ ବିଶେଷଜ୍ଞ  କହିଛନ୍ତି।

ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ବଙ୍ଗୋପସାଗରରେ ଆଗକୁ ବଢ଼ିଛି। ସାମୁଦ୍ରିକ ଆର୍ଦ୍ରତା ଧୀରେ ଧୀରେ ଓଡ଼ିଶା ଉପରକୁ ବିସ୍ତାର କରୁଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପାଗ ମେଘୁଆ ଓ ଗୁଳୁଗୁଳିପୂର୍ଣ୍ଣ ଅବସ୍ଥାକୁ ଆସିଛି। ବାରମ୍ବାର ଘଡ଼ଘଡ଼ି ସହ ବର୍ଷା ହେଉଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରାରୁ ବିଶେଷ ଆଶ୍ୱସ୍ତି ମିଳିନାହିଁ। ଲୋକେ ଏବେ ମଧ୍ୟ ବର୍ଷାକୁ ଅପେକ୍ଷା କରିଛନ୍ତି। ଯଦିଓ ବଙ୍ଗୋପସାଗରରେ ଏପର୍ଯ୍ୟନ୍ତ କୌଣସି ସୁସଂଗଠିତ ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ସୃଷ୍ଟି ହୋଇନାହିଁ, ତଥାପି ମୌସୁମି ଦୁର୍ବଳ ହେବାର କୌଣସି ସଙ୍କେତ ନାହିଁ। ଗୋଟିଏ ସପ୍ତାହ ପୂର୍ବର ସ୍ଥିତି ତୁଳନାରେ ବର୍ତ୍ତମାନର ବାୟୁମଣ୍ଡଳୀୟ ପରିବେଶ ମୌସୁମିର ଅଗ୍ରଗତି ପାଇଁ ଅଧିକ ଅନୁକୂଳ ହେବାରେ ଲାଗିଛି।ବର୍ତ୍ତମାନର ସୂଚନାନୁଯାୟୀ, ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଆକାଶରେ ମେଘର ପରିମାଣ ବୃଦ୍ଧି ପାଇବ। ଗୁଳୁଗୁଳି ବଢ଼ିବ ଏବଂ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking