38.5 C
Bhubaneswar
Monday, June 8, 2026
Homeଦେଶ ବିଦେଶଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ପଦରୁ ଦେଲେ ଇସ୍ତଫା

ଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ପଦରୁ ଦେଲେ ଇସ୍ତଫା

କୋଲକାତା: ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ଟିଏମସି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ସାଂସଦ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦ ଉଭୟରୁ ଇସ୍ତଫା ଦେଇଛନ୍ତି। ରାୟ ଅଭିଯୋଗ କରିଛନ୍ତି, ଦୁର୍ନୀତି ବିଷୟରେ ଖୋଲାଖୋଲି କହିବା ପରେ ତାଙ୍କୁ ଦଳ ଭିତରେ କୋଣଠେସା କରିଦିଆଯାଇଥିଲା। ସୁଖେନ୍ଦୁ ଶେଖର ରାୟ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ବାସଭବନରେ ପହଞ୍ଚି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ତୃଣମୂଳ କଂଗ୍ରେସରେ ବ୍ୟାପକ ଦୁର୍ନୀତିକୁ ତାଙ୍କ ଇସ୍ତଫାର କାରଣ ବୋଲି କହିଛନ୍ତି।ସୁଖେନ୍ଦୁ ଶେଖରଙ୍କ ସମେତ ଦୁଇ ଜଣ ଟିଏମସି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇପାରନ୍ତି ବୋଲି ରିପୋର୍ଟ ଆସିଥିଲା। ଚଳିତ ବର୍ଷ ଏପ୍ରିଲରେ ଟିଏମସି ଦ୍ୱାରା ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କୋଏଲ ମଲିକଙ୍କ ନାମ ମଧ୍ୟ ଖବରରେ ଥିଲା। ତେବେ କୋଏଲ ମଲିକଙ୍କ ଇସ୍ତଫା ଦେବାର କୌଣସି ଖବର ଏପର୍ଯ୍ୟନ୍ତ ମିଳିନାହିଁ। ଇଣ୍ଡିଆ ମେଣ୍ଟର ଏକ ବୈଠକରେ ସୁଖେନ୍ଦୁ କହିଥିଲେ ଯେ, ମେଣ୍ଟର କୌଣସି ଭବିଷ୍ୟତ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking