31 C
Bhubaneswar
Saturday, June 6, 2026
Homeଦେଶ ବିଦେଶଦିଲ୍ଲୀର ନରେଲା ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ନରେଲା ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଖବର ଆସିବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦମକଳ ବାହିନୀ ନିଆଁ ଲିଭାଇବାକୁ ଚେ‌ଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ମାଲବ୍ୟ ନଗର ଅଗ୍ନିକାଣ୍ଡ ମାମଲାରେ ଜଣେ ରୋଷେୟାଙ୍କୁ ଗିରଫ କରିଛି। ଦିଲ୍ଲୀର ଫ୍ଲୋରିସ୍ ଷ୍ଟେ ହୋଟେଲ୍ ଅଗ୍ନିକାଣ୍ଡ ଘଟଣାରେ ୧୩ ବିଦେଶୀ ନାଗରିକଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଧିକାରୀମାନେ ଶନିବାର କହିଛନ୍ତି। ପୁଲିସ କହିଛି ଯେ, ତଦନ୍ତରୁ ଜଣାପଡ଼ିଛି ରୋଷେୟାଙ୍କ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହି ମାମଲାରେ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି। ଏହି ମାମଲାରେ ପୁଲିସ ହୋଟେଲ ମାଲିକ ଲଭକେଶ ବଜାଜ, ସ୍ୱିଟି ସରକାର ଓ ପୁଷ୍ପୋ ସରକାରଙ୍କୁ ଗିରଫ କରିଛି। ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking