30.4 C
Bhubaneswar
Saturday, June 6, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିବ
ଉଷୁନା ଚାଉଳ କ୍ୱିଣ୍ଟାଲ ପିଛା ୨୦ ଟଙ୍କାରୁ ୪୦ ଟଙ୍କା ହେଲା,
ଅରୁଆ ଚାଉଳ ୧୦ ଟଙ୍କାରୁ ୨୦ ଟଙ୍କା

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଉଷୁନା ଚାଉଳର (Parboiled Rice) ମିଲିଂ ଦର ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର (Raw Rice) ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଥିବା ବେଳେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ପେଟ୍ରୋଲ ଓ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ଦର ବୃଦ୍ଧି ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଆମ ରାଜ୍ୟ ଠାରୁ ଯଥେଷ୍ଟ ଅଧିକ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking