30.2 C
Bhubaneswar
Sunday, June 7, 2026
Homeଓଡିଶାଭୁବନେଶ୍ୱରରେ ବଢ଼ୁଛି ହିଟ୍‌ ଇଣ୍ଡେକ୍ସ: ୨ ସୁଦ୍ଧା ୫୦ ଡିଗ୍ରି

ଭୁବନେଶ୍ୱରରେ ବଢ଼ୁଛି ହିଟ୍‌ ଇଣ୍ଡେକ୍ସ: ୨ ସୁଦ୍ଧା ୫୦ ଡିଗ୍ରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ବାୟୁମଣ୍ଡଳରେ ପ୍ରକୃତ ତାପମାତ୍ରା ୩୯°C ରୁ ୪୧°C ମଧ୍ୟରେ ସୀମିତ ଥିଲେ ମଧ୍ୟ ପ୍ରବଳ ଆର୍ଦ୍ରତା ବା ହ୍ୟୁମିଡିଟି ଯୋଗୁଁ ଅନୁଭୂତ ହେଉଥିବା ତାପମାତ୍ରା ବା ‘ହିଟ୍ ଇଣ୍ଡେକ୍ସ’ ୪୫°C ରୁ ୫୦°C ଛୁଇଁଛି । ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହିଟ୍‌ ଇଣ୍ଡେକ୍ସ ୫୦ ଡିଗ୍ରି ରହିଛି । ଅର୍ଥାତ ରାଜଧାନୀରେ ୫୦ ଡିଗ୍ରି ଭଳି ଅନୁଭବ ହେଉଛି ।ପାଣିପାଗ ବିଭାଗ ଅନୁସାରେ, ଏଭଳି ସ୍ଥିତି ଏକ ‘ଘାତକ ଗରମ’ର ରୂପ ନେଇଛି, ଯାହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଏବେ ସକାଳ ୬ଟା ବେଳଠାରୁ ହିଁ ଟାଇଁଟାଇଁ ଖରା ଆରମ୍ଭ ହୋଇଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking