ଭୁବନେଶ୍ୱର: ବିଜେଡି ଏବେ ବିଲୟ ମୁହାଁ ବୋଲି କହି ଟାର୍ଗେଟ କଲେ ସୁରେଶ ପୂଜାରୀ । ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଛନ୍ତି । ଯେଉଁଭଳି ନେତା ମାନେ ବିଜେଡି ଛାଡୁଛନ୍ତି ଏହା ଏବେ ବିଲୟ ମୁହାଁ । ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି , ଖୁବ ଶୀଘ୍ର ଅଲଆଉଟ ହୋଇଯିବେ । ବିନା ବିଚାରଧାରାରେ କ୍ଷମତା ସର୍ବସ୍ୱ ଦଳ କେବେ ଦୀର୍ଘାୟୁ ହୋଇନାହିଁ । ପୂର୍ବରୁ ବିଜେଡିରୁ ସୁଜିତ କୁମାର ଏବଂ ମମତା ମହନ୍ତ ରାଜ୍ୟସଭା ସାଂସଦ ପଗରୁ ଇସ୍ତା ଦେଇଥିଲେ । ବର୍ତ୍ତମାନ ଦେବାଶିଷ ସାମନ୍ତରାୟ ମଧ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।










