34.3 C
Bhubaneswar
Thursday, June 4, 2026
Homeଓଡିଶାହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ

ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ

ଅନୁଗୋଳ: ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଲବଙ୍ଗୀ ଗାଁର ପ୍ରମୋଦ ଭୋଇ। ପ୍ରମୋଦ ଗୁରୁବାର ଭୋରରୁ ଶୌଚ ହେବା ପାଇଁ ଗାଁ ମୁଣ୍ଡ ନିକଟରେ ଥ‌ିବା ପଡିଆକୁ ଯାଇଥିଲେ। ହାତୀ ଥ‌ିବା ନେଇ ଗାଁ ଲୋକଙ୍କ ପାଖରେ କୌଣସି ସୂଚନା ପୂର୍ବରୁ ବନ ବିଭାଗ ଦେଇ ନଥିଲା। ପ୍ରମୋଦ ଶୌଚ ଗଲା ବେଳେ ହଠାତ୍ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମଧ୍ୟାହ୍ନ ସୁଦ୍ଧା ପ୍ରମୋଦ ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି ବେଳେ ଗାଁ ମୁଣ୍ଡ ପଡିଆରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ବନ ବିଭାଗ ପହଁଚିଛି। ଘଟଣାସ୍ଥଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ୟକ୍ତଲୋକ କ୍ଷତି ପୂରଣ ବାବଦରେ ୨୦ ଲକ୍ଷ, ମୃତକ ପରିବାରରୁ ଜଣ ଙ୍କୁ ଚାକିରି ସହ ଗାଁରେ ଆଲୋକିକରଣ, ସୋଲାର ବାଡ଼ ସହ ହାତୀର ଗତିଵିଧି ଉପରେ ସଠିକ ସୂଚନା ଦେବା ପାଇଁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking