ବଲାଙ୍ଗୀର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି ।ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି ଓ ଅନ୍ୟାନ୍ୟ ମୂଲ୍ୟବାନ ଅସବାବ ପତ୍ରରେ ନିଆଁ ଲାଗିଯାଇଛି ।ସୂଚନା ମୁତାବକ ଟିଟିଲାଗଡ ସହର ସ୍ଥିତ ୱାର୍ଡ଼ ନମ୍ବର ୧୨ର ଜଣକ ଘର ଉପର ଦେଇ ବିଦ୍ୟୁତ ତାର ଯାଇଥିଲା । ତେବେ ଏସିଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ଲାଷ୍ଟ ହୋଇଯାଇଥିଲା । ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି ଓ ଅନ୍ୟାନ୍ୟ ମୂଲ୍ୟବାନ ଅସବାବ ପତ୍ରରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଟିଟିଲାଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।










