37.8 C
Bhubaneswar
Thursday, June 4, 2026
Homeଦେଶ ବିଦେଶପଞ୍ଜାବ ସଚିବାଳୟକୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଇମେଲ୍

ପଞ୍ଜାବ ସଚିବାଳୟକୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଇମେଲ୍

ନୂଆଦିଲ୍ଲୀ: ପଞ୍ଜାବ ସଚିବାଳୟର ନିୟନ୍ତ୍ରଣ କକ୍ଷକୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ଗୁରୁବାର ଦିନ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ଥିବା ପଞ୍ଜାବ ସଚିବାଳୟକୁ ଉଡ଼ାଇ ଦେବା ପାଇଁ ଧମକ ପାଇବା ପରେ ସୁରକ୍ଷା ବିଭାଗ ସଜାଗ ମୋଡ୍‌ରେ ରହିଛନ୍ତି। ସୂଚନା ଅନୁଯାୟୀ, ସଚିବାଳୟର ନିୟନ୍ତ୍ରଣ କକ୍ଷକୁ ଏକ ଅଜ୍ଞାତ ଇମେଲ୍ ମିଳିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ, ପରିସର ଭିତରେ ଏକ ବୋମା ରଖାଯାଇଛି। ଅଧିକାରୀଙ୍କ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୮:୩୬ ସମୟରେ ବୋମା ଧମକ ଏବଂ ଉଗ୍ରବାଦୀ ବିଷୟବସ୍ତୁ ସମ୍ବଳିତ ଏକ ଇମେଲ୍ ପଞ୍ଜାବ ସିଭିଲ୍ ସଚିବାଳୟକୁ ପଠାଯାଇଥିବା ଜଣାପଡ଼ିଛି । ପ୍ରେରକ ଜଣକ ଅପରାହ୍ନ ୧:୧୧ ରୁ ୩:୧୧ ମଧ୍ୟରେ ସଚିବାଳୟରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଇମେଲରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ, ରାଜ୍ୟର ଅନେକ ହିନ୍ଦୁ ଧାର୍ମିକ ସ୍ଥଳକୁ ଟାର୍ଗେଟ କରାଯାଉଛି।

ଏହି ସୂଚନା ପାଇବା ପରେ, ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅନ୍ୟାନ୍ୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ତୁରନ୍ତ ସତର୍କ କରାଯାଇଥିଲା। ଧମକ ପାଇବା ପରେ ସଚିବାଳୟକୁ ଘେରାବନ୍ଦୀ କରାଯାଇଥିଲା ଏବଂ କୋଠା ଭିତରେ ତଥା ଚାରିପାଖରେ ଏକ ସମ୍ପୂର୍ଣ୍ଣ ତଲାସୀ ଆରମ୍ଭ କରାଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ କୋଠରୀ ଏବଂ ପାର୍କିଂ ଅଞ୍ଚଳ ସମେତ କୋଠାର ପ୍ରତ୍ୟେକ ଅଂଶକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ୍ କରିଥିଲେ। ଆଶ୍ୱସ୍ତିର ବିଷୟ ଯେ, ପ୍ରାରମ୍ଭିକ ତଦନ୍ତ ସମୟରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ଜବତ କରାଯାଇ ନାହିଁ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପଞ୍ଜାବ ସିଭିଲ୍ ସଚିବାଳୟ ଏବଂ ମେସେଜ୍‌ରେ ଉଲ୍ଲେଖ କରାଯାଇଥିବା ଧାର୍ମିକ ସ୍ଥଳଗୁଡ଼ିକରେ ଅତିରିକ୍ତ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ପଞ୍ଜାବ ସଚିବାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking