40.6 C
Bhubaneswar
Wednesday, June 3, 2026
Homeଓଡିଶାକଳାବ୍ୟାଚ ପିନ୍ଧି ଟ୍ରେଜେରି କର୍ମଚାରୀଙ୍କ ପ୍ରତିବାଦ

କଳାବ୍ୟାଚ ପିନ୍ଧି ଟ୍ରେଜେରି କର୍ମଚାରୀଙ୍କ ପ୍ରତିବାଦ

ଯାଜପୁର: କଳାବ୍ୟାଚ ପିନ୍ଧି ଟ୍ରେଜେରି କର୍ମଚାରୀଙ୍କ ପ୍ରତିବାଦ । ଯାଜପୁର ଟ୍ରେଜେରି କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ବ୍ରହ୍ମାନନ୍ଦ ନାଥ ଶର୍ମାଙ୍କୁ କୋଷାଗାର ଅଧିକାରୀ ଦୀପ୍ତିମାନ ପାତ୍ର ଆକ୍ରମଣ କରିବା ଘଟଣାକୁ ନେଇ ଉଠିଛି ପ୍ରତିବାଦର ସ୍ୱର । ଆକ୍ରମଣ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଟ୍ରେଜେରି କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପ୍ରତିବାଦ କରିଛନ୍ତି । ଉଦଳା ଟ୍ରେଜେରି କାର୍ଯ୍ୟାଳୟର କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଛନ୍ତି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହିଭଳି କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ । ୭ ଦିନ ଭିତରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ । ସଂଘ ଦାବି ଅନୁସାରେ କୋଷାଗାର ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ଅପସାରଣ କରିବାକୁ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking