39.6 C
Bhubaneswar
Wednesday, June 3, 2026
Homeଓଡିଶାଏନଏଚଆରସିରେ ଅଭିଯୋଗକାରୀ ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର

ଏନଏଚଆରସିରେ ଅଭିଯୋଗକାରୀ ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଛାନଭିନ୍ ଜାରି ରଖିଛି NHRC ଟିମ୍ । NHRC କ୍ୟାମ୍ପ୍‌ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର I ଏହାସହ ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ କରିଥିବା କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ୍.ଡି ବେହେରା ମଧ୍ୟ NHRC କ୍ୟାମ୍ପ୍‌ କୋର୍ଟରେ ହାଜର ହୋଇଛନ୍ତି । ବାଲିଅନ୍ତାର ତତ୍କାଳୀନ ପୋଲିସ ଅଧିକାରୀ ଅନୀଲ ପରିଡ଼ା ଏବଂ ଜଣେ କନେଷ୍ଟବଳ ମଧ୍ୟ ହାଜର ହୋଇଛନ୍ତି ।ସେଦିନ ଘଟଣାସ୍ଥଳରେ କ’ଣ ଘଟିଥିଲା ସେନେଇ ଏମାନଙ୍କୁ ପଚରାଉଚରା କରୁଛି ଟିମ୍ । ସେହିପରି ଘଟଣା ଦିନ ଘଟଣାସ୍ଥଳକୁ ଯାଇଥିବା ଅଡ଼ଶପୁର CHCର ଆମ୍ବୁଲାନ୍ସ ଡ୍ରାଇଭର ସୁଜ୍ଞାନ ମଲ୍ଲିକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଗୋଟିଏ ଦିନରେ ୪ଟି ସ୍ଥାନରେ ଛାନଭିନ କରିଥିଲେ NHRC ଟିମ୍ । ପ୍ରଥମେ ବଲିଅନ୍ତା କ୍ରାଇମସ୍ପଟ୍, ଏହା ପରେ ଅଡଶପୁର ସ୍ଥିତ ଜିମ୍ ସେଣ୍ଟର, ସୌମ୍ୟଙ୍କ ଗାଁ ମଉଜପୁରକୁ ଯାଇ ତଦନ୍ତ କରିଥିଲା ଟିମ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking