35.1 C
Bhubaneswar
Tuesday, June 2, 2026
Homeଓଡିଶାନିଲମ୍ବିତ ଆଇଆଇସିଙ୍କ ନାଁରେ ମାମଲା ରୁଜୁ

ନିଲମ୍ବିତ ଆଇଆଇସିଙ୍କ ନାଁରେ ମାମଲା ରୁଜୁ

ରାଜନଗର: ନିଲମ୍ବିତ ଆଇଆଇସିଙ୍କ ନାଁରେ ମାମଲା ରୁଜୁ । ରାଜନଗର ଥାନାରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରି ଘଟଣାରେ ସନ୍ଧ୍ୟା ରାଣି ଜେନାଙ୍କୁ ନିଲମ୍ବିତ ପରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତେବେ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି । ସୂଚନାମୁତାବକ, ଗତ ମେ ୨୫ ତାରିଖ ଦିନ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଏବଂ ତାଙ୍କ ପୁଅ ଏକ ପାରିବାରିକ କଳହର ସମାଧାନ ପାଇଁ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ। ସେଠାରେ ତତ୍କାଳୀନ ଆଇଆଇସି ସନ୍ଧ୍ୟାରାଣୀ ଜେନା ସେମାନଙ୍କୁ ନିର୍ମମ ଭାବେ ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ପଟ୍ଟାମୁଣ୍ଡାଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା ।ଆଇଆଇସି ନିଲମ୍ବିତ ହୋଇଥିଲେ ମଧ୍ୟ ପୀଡ଼ିତଙ୍କ ଲିଖିତ ଅଭିଯୋଗ ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଉନଥିଲା । ଏହାକୁ ନେଇ କନକ ନ୍ୟୁଜ୍ ପକ୍ଷରୁ କ୍ରମାଗତ ଭାବେ ଖବର ପ୍ରକାଶ କରାଯାଇଥିଲା। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରାଯାଇଛି। ନିଲମ୍ବିତ ମହିଳା ଅଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଅନେକ ସଙ୍ଗିନ ଧାରା ଲଗାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking