30.1 C
Bhubaneswar
Monday, June 1, 2026
Homeଓଡିଶାତୃତୀୟ ଦିନ ସୁଦ୍ଧା ୨୫ ଲକ୍ଷ ୨୩ ହଜାର ୯୭୪ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ

ତୃତୀୟ ଦିନ ସୁଦ୍ଧା ୨୫ ଲକ୍ଷ ୨୩ ହଜାର ୯୭୪ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶା ରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି, ତାହା ନିଶ୍ଚିତ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ବିଏଲ୍ଓ ସୁପରଭାଇଜର, ସମସ୍ତ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ବିଏଲ୍ଏ (ବିଏଲଏ) ମାନେ ତୃଣମୂଳ ସ୍ତରରେ ଘରକୁ ଘର ବୁଲି ସଘନ ସଂଶୋଧନ ପ୍ରକ୍ରିୟା ଜାରି ରଖିଛନ୍ତି।ଆଜି ସନ୍ଧ୍ୟା ୦୮.୦୦ ଟା ସୁଦ୍ଧା, ୨୫ ଲକ୍ଷ ୨୩ ହଜାର ୯୭୪ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି । ୪୫ ହଜାର ୨୫୫ ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରମାନଙ୍କୁ ସେମାନଙ୍କର ଗଣନା ଫର୍ମ ପୂରଣ କରିବାରେ ଏବଂ ତାହା ସଂଗ୍ରହ କରିବାରେ ସାହାଯ୍ୟ କରୁଛନ୍ତି।

ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି। ତୃତୀୟ ଦିନରେ ୨୫ଲକ୍ଷ ୨୩.ହଜାର ୯୭୪ଜଣ ଭୋଟର ଙ୍କୁ ବିଏଲଓ ମାନଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରୁଛନ୍ତି ଏବଂ ଦ୍ବିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପ‌ତ୍ର ଭାବେ ଫେରସ୍ତ କରାଯାଉଛି,ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ । ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ୩୩ହଜାର ୨୬ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ ମଧ୍ୟ ଏସଆଇଆର ପ୍ରକ୍ରିୟାରେ ସକ୍ରିୟ ସହଯୋଗ ପ୍ରଦାନ କରୁଛନ୍ତି।

ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରେ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ତଥ୍ୟ ପୂରଣ ପରେ ନିଜେ ଅପଲୋଡ ମଧ୍ୟ କରିପାରିବେ। ଏହି ପରିଗଣନା ଫର୍ମ ପୂରଣ ସମୟରେ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦସ୍ତାବିଜ ସଂଗ୍ରହ (ଡକ୍ୟୁମେଣ୍ଟ) କରିବାର ଆବଶ୍ୟକତା ନାହି ବୋଲି ସ୍ପଷ୍ଟ କରାଯାଇଛି । ନିର୍ବାଚକଙ୍କ ଠାରୁ ମିଳିଥିବା ସଠିକ୍ ତଥ୍ୟ ଆଧାରରେ ହିଁ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ) ଚିଠା ଭୋଟର ତାଲିକା ପ୍ରସ୍ତୁତ କରିବେ । ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ପରିଦର୍ଶନ ସମୟରେ ସମସ୍ତ ଭୋଟର ବିଏଲଓ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking