37.1 C
Bhubaneswar
Monday, June 1, 2026
Homeଓଡିଶା୯ ଘଣ୍ଟା ପରେ ମାଛ ମାର୍କେଟରେ ଲିଭିଲା ନିଆଁ

୯ ଘଣ୍ଟା ପରେ ମାଛ ମାର୍କେଟରେ ଲିଭିଲା ନିଆଁ

କଟକ: ୯ ଘଣ୍ଟା ପରେ ଲିଭିଲା ନିଆଁ। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଲିଭିଛି ନିଆଁ । କଟକ ପ୍ରେସ ଛକରେ ଥିବା ମାଛ ମାର୍କେଟ ଲାଗିଥିବା ନିଆଁ ଆୟତ୍ତ ହୋଇଛି।ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କଟକ ପ୍ରେସ ଛକରେ ଥିବା ମାଛ ମାର୍କେଟରେ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଏପିରିକି ମାଛ ମାର୍କେଟରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ବ୍ୟାଙ୍କରେ ଥିବା ଟଙ୍କା ପୋଡି ପାଉଁଶ ହୋଇଯାଇଥିଲା ।  ରାତି ପ୍ରାୟ ୨ଟାରୁ ନିଆଁ ଲାଗିଥିଲା । ନିଆଁ ଲାଗିଥିବା ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ନିୟୋଜିତ ରହିଥିଲେ ।  ସେପଟେ ନିଆଁକୁ ଆୟତ୍ତ କରିବାକୁ ମୁସ୍କିଲ୍ ହେଉଥିବାର ବିଲ୍ଡିଂର କିଛି ଅଂଶକୁ ଜେସିବି ସହାୟତାରେ ଭଙ୍ଗାଯାଇଛି । ଶେଷରେ ଦୀର୍ଘ ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ନିଆଁ ଲିଭାରେ ଅତ୍ୟାଧୁନିକ ମେସିନ ସହ ରୋବଟ ମଧ୍ୟ ବ୍ୟବହାର କରାଯାଇଥିଲା । ବାକି ଏବେ କ୍ଷୟକ୍ଷତିର ଆକଳନ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking