35.1 C
Bhubaneswar
Monday, June 1, 2026
Homeଓଡିଶାପୁଣି ଅନଲାଇନରେ ମହାପ୍ରସାଦ ଖଜା ବିକ୍ରି ଅଭିଯୋଗ

ପୁଣି ଅନଲାଇନରେ ମହାପ୍ରସାଦ ଖଜା ବିକ୍ରି ଅଭିଯୋଗ

ପୁରୀ: ପୁଣି ଅନଲାଇନରେ ମହାପ୍ରସାଦ ଖଜା ବିକ୍ରି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ କୁଠାରାଘାତ ସହ ପରମ୍ପରା ଉଲ୍ଲଙ୍ଘନ ଅଭିଯୋଗ । ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ଖଜାକୁ ଅନଲାଇନ ଓ ହୋମ ଡେଲିଭରି ମାଧ୍ୟମରେ ବିକ୍ରି କରାଯାଉଥିବା ଘଟଣାକୁ ନେଇ ସବୁଆଡେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେବାୟତମାନେ ଏହାକୁ ମହାପ୍ରସାଦର ପରମ୍ପରା ଓ ମର୍ଯ୍ୟାଦାର ଉଲ୍ଲଙ୍ଘନ ବୋଲି କହିଛନ୍ତି ।‘ବ୍ରଜମେଳା’ ନାମକ ସୋସିଆଲ ସାଇଟ୍ ପକ୍ଷରୁ ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ପ୍ରିମିୟମ ଖଜା ସହ ଶୁଖିଲା ଅନ୍ନ ମହାପ୍ରସାଦ ଘରେ ଡେଲିଭରି ଦେବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଛି । ଅର୍ଡର ପାଇଁ ମୋବାଇଲ ନମ୍ବର ଓ ହ୍ୱାଟ୍ସଆପ୍ ଲିଙ୍କ ବି ଦିଆଯାଇଛି । ମହାପ୍ରସାଦ କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରୁ ହିଁ କିଣାଯାଇ ସେବନ କରାଯାଇପାରିବ କିନ୍ତୁ ଅନଲାଇନ ବିକ୍ରି ଓ କୋରିୟର ମାଧ୍ୟମରେ ପଠାଇବା ପରମ୍ପରା ବିରୁଦ୍ଧ । ତେବେ କିଭଳି ମହାପ୍ରସାଦ ଖଜାକୁ ଅନଲାଇନରେ ବିକ୍ରି ପାଇଁ ବିଜ୍ଞାପନ ଦିଆଯାଉଛି, ତାକୁ ନେଇ ଉଠିଛି ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking