24.1 C
Bhubaneswar
Friday, May 29, 2026
Homeଓଡିଶାକର୍ଣ୍ଣାଟକରେ ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳର ବୈଠକ

କର୍ଣ୍ଣାଟକରେ ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳର ବୈଠକ

କର୍ଣ୍ଣାଟକ: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ପଥ ପରିଷ୍କାର ହୋଇଯାଇଛି । ସିଦ୍ଦରମୈୟାଙ୍କ ଇସ୍ତଫା ରାଜ୍ୟପାଳ ଗ୍ରହଣ କରିଛନ୍ତି । ନୂତନ ସରକାର ଗଠନ ହେବା ପର୍ୟ୍ୟନ୍ତ ତାଙ୍କୁ ପଦବୀରେ ରହିବାକୁ କହିଛନ୍ତି। ରାଜ୍ୟପାଳ ସିଦ୍ଦରମୈୟାଙ୍କ ଇସ୍ତଫାପତ୍ର ଗ୍ରହଣ ହେବା ପରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକରେ ନୂତନ ନେତା ନିର୍ବାଚିତ ହେବେ। ଏହି ବୈଠକ ଆସନ୍ତାକାଲି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ସିଦ୍ଦରମୈୟାଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତିକୁ କଂଗ୍ରେସ ପାର୍ଟି ଏକ ‘ନିଃସ୍ୱାର୍ଥପର’ ପଦକ୍ଷେପ ବୋଲି କହିଛି। ବରିଷ୍ଠ ନେତାମାନେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଆଲିଙ୍ଗନ କରିବାର ଚିତ୍ରକୁ ରାଜ୍ୟ ନେତୃତ୍ୱର ଶୀର୍ଷରେ ଏକତା ପ୍ରଦର୍ଶନକୁ ସ୍ପଷ୍ଟ କରୁଛି।ଶିବକୁମାର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଇସ୍ତଫା ଦେବା ପରେ ସିଦ୍ଦରମୈୟା, ତାଙ୍କ ପୁଅ ଯତୀନ୍ଦ୍ର, ଦଳର ଜାତୀୟ ସାଧାରଣ ସମ୍ପାଦକ ରଣଦୀପ ସିଂହ ସୁର୍ଜେୱାଲା ଓ ଅନ୍ୟମାନଙ୍କ ସହିତ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏଥିସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking