ଭୁବନେଶ୍ୱର: ଅପରେସନ ମିଡନାଇଟକୁ ନେଇ ପ୍ରତିକ୍ରିୟା ରଖିଲେ ପ୍ୟାରୀଙ୍କ ଝିଅ । ୧୪ ବର୍ଷ ପରେ ବି କଳାଦିନକୁ ମନେ ପକାଇ ଅସନ୍ତୋଷ ଝାଡିଲେ ଝିଅ ସିକ୍ତା । ପରିବାରର ସୁରକ୍ଷା ପାଇଁ ବିଜେଡିର ଯୋଗ ଦେଇଥିଲି କହିଲେ ସିକ୍ତା ପତି । ବିଜେଡିରେ ନ ମିଶିଥିଲେ ଆମ ପରିବାର ଉପରେ ବିପଦ ଥିଲା । ଆମ ପାଇଁ ମେ ଗୋଟେ ଦୁଃଖର ଦିନ, ଏବେ ଆମ ପରିବାର ଏକା । ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ସରକାର ପରିବାରକୁ ଟର୍ଚର କରୁଥିଲେ । ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୦୦୦ରୁ କୋଟିଏରେ ପହଞ୍ଚାଇଥିଲେ । ପ୍ୟାରୀ । ମୋ ବାପାଙ୍କୁ କରାଯାଇଥିବା ହଇରାଣର ଅଭିଶାପ ବିଜେଡି ଉପରେ ପଡିଛି । ନବୀନ ବିଜେ ସବୁ କରି କେବଳ ବାପାଙ୍କ ନାଁରେ ଅଠା ବୋଳିଛନ୍ତି । ନବୀନଙ୍କ ଚୌକି ପାଖାପାଖି କିଏ ଗଲେ ତାଙ୍କୁ ସେ ବିଦା କରନ୍ତି । ସେ ସମୟରେ ବରିଷ୍ଠ ପରୋକ୍ଷରେ ପ୍ୟାରୀଙ୍କୁ ହତ୍ୟା କରିଛନ୍ତି ।










