28.3 C
Bhubaneswar
Friday, June 26, 2026
Homeଦେଶ ବିଦେଶସେନ୍‌ସେକ୍ସ ୧୦୯୨ ପଏଣ୍ଟ୍‌ ଖସିଲା

ସେନ୍‌ସେକ୍ସ ୧୦୯୨ ପଏଣ୍ଟ୍‌ ଖସିଲା

ମୁମ୍ବାଇ: ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନାକୁ ନେଇ ଅନିଶ୍ଚିତତା ଜାରି ରହିଥିବାରୁ ଭାରତର ଦୁଇ ଷ୍ଟକ୍‌ ବଜାରରେ ଆଜି କାରବାର ପ୍ରଭାବିତ ହୋଇଥିଲା। ନିବେଶକମାନେ ଅଟୋମୋବାଇଲ୍ ଓ ଧାତବ କମ୍ପାନିର ସେୟାରକୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ଆଜି ୧୦୯୨ ପଏଣ୍ଟ୍‌ ହ୍ରାସ ପାଇ ୭୪,୭୭୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୫୯ ପଏଣ୍ଟ୍‌ ହ୍ରାସ ପାଇ ୨୩,୫୪୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।ଗତକାଲି ବକ୍ରି ଇଦ୍‌ ପାଇଁ ବଜାର ବନ୍ଦ ରହିଥିଲା।ଆଜି ମୁଖ୍ୟତଃ ଦୁଇଟି ଖବର ପାଇଁ ଷ୍ଟକ୍‌ ବଜାର କାରବାର ପ୍ରଭାବିତ ହୋଇଥିଲା। ପ୍ରଥମ ବିଷୟ ଇରାନ ଯୁଦ୍ଧ ସମ୍ପର୍କିତ ଥିଲା। କିନ୍ତୁ ଦ୍ବିତୀୟ ଖବରଟି ଦେଶ ସମ୍ପର୍କିତ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବର୍ଷା କମ୍‌ ହେଲେ ଚାଷ କାମ ପ୍ରଭାବିତ ହେବ ଓ ତାହା ଗ୍ରାମାଞ୍ଚଳର ଆୟକୁ ପ୍ରଭାବିତ କରିବା ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking