ଭୁବନେଶ୍ବର: ବୁଲିଲା ବୁଲ୍ଡୋଜର, ଭାଙ୍ଗିଲା ବେଆଇନ ଘର। ଭୁବନେଶ୍ବର ରସୁଲଗଡ଼ ଛକରେ ଥିବା ଦାମୀ ସରକାରୀ ଜମିରେ ଜବରଦଖଲ କରିଥିବା ଘରକୁ ଭାଙ୍ଗିଛି ବିଏମ୍ସି। ଏଥର କୌଣସି ବସ୍ତି ବାସିନ୍ଦା ନୁହଁ ଜଣେ ବିଲ୍ଡର ସରକାରୀ ଜମି ମାଡ଼ି ବସିଥିଲେ। ମନୋରମା ଇଷ୍ଟେଟ୍ ବିଲଡର ଦୀର୍ଘ ଦିନ ଧରି ସରକାରୀ ଜମି ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଆସୁଥିଲା। ପୂର୍ବରୁ ଥରେ ଉଛେଦ ହୋଇଥିବା ବେଳେ ପୁଣି ଥରେ ସରକାରୀ ଜମିରେ ଆଉଟହାଉସ ନିର୍ମାଣ କରିଥିଲେ ବିଲ୍ଡର। ଯାହାକୁ ନେଇ ଆଜି ଆକ୍ସନ ମୋଡ୍କୁ ଆସିଛି ବିଏମ୍ସି।










