ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଓଡିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଇସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୧୮ରେ ରାଜ୍ୟସଭା ଉପନିର୍ବାଚନ । ଜୁନ ୧ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ ୧୮ ତାରିଖ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ । ଜୁନ ୨୦ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡିଛି ପଦ । ଦେବାଶିଷ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।










