ଅନୁଗୁଳ : ଛେଣ୍ଡିପଦା-ଅନୁଗୁଳ ୬୩ ନଂ ରାଜ୍ୟ ରାଜପଥର ନିଶାଛକ ନିକଟରେ କ୍ୟାମ୍ପର ଗାଡ଼ି ଧକ୍କାରେ ପଛକୁପଛ ଆସୁଥିବା ତିନି କାର୍ ଚୁରମାର ହୋଇଛି। ଦୁର୍ଘଟଣାରେ ଜଣେ ୫ ବର୍ଷର ଝିଅ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ଦିନ ସାଢେ ୧୧ ଟାରେ ଓଡ଼ି-୦୯-କେ-୯୮୮୭ ନଂ କ୍ୟାମ୍ପର ଗାଡ଼ି ଅନୁଗୁଳରୁ ଛେଣ୍ଡିପଦା ଆସୁଥିଲା। ଆସିବା ବାଟରେ ନିଶା ଛକରେ କ୍ୟାମ୍ପର ଗାଡ଼ି ଆଗପଛ ହୋଇ ଆସୁଥିବା ପଛକୁ ପଛ ହୋଇ ଆସୁଥିବା ତିନି କାରକୁ ଧକ୍କା ଦେଇଥିଲା।ଧକ୍କାରେ ଓଡ଼ି-୦୨-ସିଟି-୯୨୭୭ ନଂ, ଓଡ଼ି-୦୨-ୱାଇ-୭୬୧୩ ଓ ଓଡ଼ି-୩୩-ଏପି-୭୧୪୪ ନଂ ତିନି କାର ଚୁରମାର ହୋଇଯାଇଛି। କାରରେ ବାପା ସହିତ ଯାଉଥିବା ବଡ଼କେରେଜେଙ୍ଗ ଗ୍ରାମର କୁନିଝିଅ ସାଇନା ସାହୁ(୫) ଆହତ ହୋଇଛନ୍ତି। ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି। କାରରେ ଅନ୍ୟଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ ଗାଡ଼ିକୁ ଜବତ କରି ତଦନ୍ତ ଚଳେଇଛି।










