କଟକ: ଅବଦୁର ରେହମାନ ନିର୍ଦ୍ଦୋଷ । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ କଟକ ଜିଲ୍ଲା ଦୌରାଜଜ । ଏକ୍ୟୁଆଇଏସ ଆତଙ୍କୀ ସଂଗଠନ ସହ ଲିଙ୍କରେ ଥିଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓଡିଶାରୁ ତାକୁ ଗିରଫ କରିଥିଲା । ଡିସେମ୍ବର ୧୫ , ୨୦୧୬ରେ ଜଗତପୁର ପଶ୍ଚିମକଚ୍ଛରୁ ଗିରଫ ହୋଇଥଲା ଅବଦୁର ରେହମାନ । ପରେ ଦିଲ୍ଲୀ କ୍ରାମବ୍ରାଞ୍ଚ ତାକୁ ରିମାଣ୍ଡରେ ନେଇଥିଲା । ପରେ ଏଡିଜେ କୋର୍ଟକୁ ଅଣାଗଲା । ଦିଲ୍ଲୀରେ ଯେଉଁ ମାମଲା ରହିଥିଲା ସେହି ଘଟଣାରେ ଶୁଣାଣି ଶେଷ ହୋଇଥିଲା । ସେଥିରେ ତାଙ୍କୁ ଦଣ୍ଡବିଧାନ ଦିଆଯାଇଥିଲା । ୭ ବର୍ଷର ସଜ୍ଜା ଶୁଣାଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ । ପରବର୍ତ୍ତୀ ସମୟରେ ସେହି ଘଟଣାକୁ ନେଇ ଗିରଫ ହେଲେ । ପରେ ଜାମସେଦପୁର ରେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ସେହି ମାମଲା ବିଚାର କରିବାରୁ ଆଜି ସେ ଖଲାସ ହୋଇଛନ୍ତି । ଅବଦୁର ରେହମାନର ଯେଉଁ ତୃତୀୟ ମାମଲା ରହିଥିଲା ଯାହା ଫଳରେ ସେ ବର୍ତ୍ତମାନ ସୁଦ୍ଧା ଜେଲରେ ରହିଥିଲା, ପ୍ରମାଣ ଅଭାବରୁ ଆଜି ତାକୁ ଖଲାସ କରାଯାଇଛି । । ଏକ୍ୟୁଆଇଏସ ସଂଗଠନରେ ସହେଯାଗ ଥାଇ ସ୍ଥାନୀୟ ପିଲାଙ୍କୁ ପ୍ରବର୍ତ୍ତାଉଥିଲେ । ଧର୍ମାନ୍ତୀକରଣ କରାଉଥିଲେ । ଏହି ସବୁ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପ୍ରମାଣ ଅଭାବରୁ ଆଜି ସେ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଅଲ କାଏଦାର ଅନ୍ୟତମ ସଂଗଠନ ହେଉଛି ଏକ୍ୟୁଆଇଏସ ।










