ପୁରୀ: ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, କାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ବେଶ ଭଲ ଭାବରେ ହୋଇଛି । ଆଜି ଉଭାରେ ନୀତିକାନ୍ତି ମଧ୍ୟ ଠିକ ଭାବେ ଚାଲିଛି । କାଲି ୯ଟାରୁ ସାଢେ ୯ଟା ମଧ୍ୟରେ ପହଣ୍ଡି ନେଇ ଆଶାବାଦୀ । କେହି ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢି ପାରିବେ ନାହିଁ । ରଥ ଉପରେ ମୋବାଇଲ ବ୍ୟବହାର କରିବା ମନା । ସବୁର ଭିଡିଓଗ୍ରାଫି କରାଯିବ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ । ଆଜି ମୁଖ୍ୟମନ୍ତ୍ରୀ ପୁରୀ ଆସି ଡିଜିଟାଲ ହୁଣ୍ଡିର ଲୋକାର୍ପଣ କରିବେ । କାଲିର ସମସ୍ତ ଭିଆଇପି , ସାଧାରଣ ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି ।










