31.1 C
Bhubaneswar
Monday, May 25, 2026
Homeଓଡିଶାମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ରାଜ୍ୟବାସୀଙ୍କୁ ଶୋଷଣ
କରୁଛନ୍ତି ସରକାର: ବିଜେଡି

ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ରାଜ୍ୟବାସୀଙ୍କୁ ଶୋଷଣ
କରୁଛନ୍ତି ସରକାର: ବିଜେଡି

ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳ ଉପରେ ଚଡ଼କ
ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍ ମୁକ୍ତ କରି ଜିଏସ୍ଟି ଅନ୍ତର୍ଭୁକ୍ତ କରାଯାଉ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଯୋଗୁଁ ଖାଉଟି ଦହଗଞ୍ଜ ହେଉଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସରକାର ସାଧାରଣ ଜନତାଙ୍କୁ ଶୋଷଣ କରୁଥିବାରୁ ବିଜୁ ଜନତା ଦଳ କଡ଼ା ନିନ୍ଦା କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ଶ୍ରୀ ପ୍ରତାପ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ସରକାରଙ୍କ ଶୋଷଣ ନୀତି ବିରୋଧରେ ବର୍ଷିଥିଲେ । ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ଲୋକଙ୍କ ଠାରୁ ତୈଳ କମ୍ପାନୀ ମାନେ ଲାଭ କମାଇଥିଲେ । ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୫ ଦିନ ଭିତରେ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମ୍ର ବୋଝ ଲଦି ଦେଇଛନ୍ତି ।

ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଲଗାତାର ଭାବେ ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେହିମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ଶ୍ରୀ ପ୍ରତାପ ଜେନା କହିଥିଲେ, ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍ ମୁକ୍ତ କରି ଜିଏସ୍ଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିଲା । ଆଜି ସେମାନେ ସରକାର ଥିବାବେଳେ ତାହାକୁ ଲାଗୁ ନ କରି ତୈଳ ଦର ବାରମ୍ବାର ବୃଦ୍ଧି କରି ସାଧାରଣ ଜନତାଙ୍କ ସହିତ ବେଇମାନୀ କରୁଛନ୍ତି । ଶ୍ରୀ ଚିନ୍ମୟ ସାହୁ କହିଥିଲେ, ଭାରତର ବନ୍ଧୁ ରାଷ୍ଟ୍ର ରୁଷିଆ ଓ ଇରାନ ଅଶୋଧିତ ତୈଳ କମ୍ ମୂଲ୍ୟରେ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ, ଭାରତ ସରକାର କ’ଣ ପାଇଁ ସେମାନଙ୍କ ଠାରୁ ଅଶୋଧିତ ତୈଳ କିଣୁନାହିଁ ? କେଉଁ ଅଦୃଶ୍ୟ ଶକ୍ତି ଚାପରେ ଭାରତ ସରକାର ଭେନେଜୁଆଲ ଓ ଆମେରିକା ଠାରୁ ଚଢ଼ା ଦରରେ ଅଶୋଧିତ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking