34.1 C
Bhubaneswar
Monday, May 25, 2026
Homeଓଡିଶାପୋଲିସ ନିକଟକୁ ଫେରିବ ମାଓବାଦୀ ଲୁଟିଥିବା ଅସ୍ତ୍ରଶସ୍ତ୍ର

ପୋଲିସ ନିକଟକୁ ଫେରିବ ମାଓବାଦୀ ଲୁଟିଥିବା ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର: ମାଓବାଦୀ ମୁଖ୍ୟସ୍ରୋତକୁ ଫେରିବା ପରେ ପୋଲିସ ନିକଟକୁ ଫେରିବ ଲୁଟ୍ ଅସ୍ତ୍ରଶସ୍ତ୍ର। ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ଲୁଟ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ଚାଲିଛି ପ୍ରୟାସ। ଏ ନେଇ ୭ ରାଜ୍ୟର ଡିଜିଙ୍କୁ ଚିଠି ଲେଖିଲା ଏସ୍ଆଇଡବ୍ଲୁ। ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ରର ସନ୍ଧାନ ଲାଗି ବିଏସଏଫ, ସିଆରପିଏଫ ସମେତ ୭ ରାଜ୍ୟର ପୋଲିସ ଡିଜିଙ୍କୁ ଚିଠି ଲେଖାଯାଇଛି।ବିଗତ ଦିନ ମାନଙ୍କରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅତ୍ୟାଧୁନିକ ବନ୍ଧୁକ ସହ ୬୫୦ଟି ଅସ୍ତ୍ରଶସ୍ତ୍ର ମାଓବାଦୀ ଲୁଟି ନେଇଥିଲେ। ଯାହା ମଧ୍ୟରୁ ୪୨୦ଟିର ସନ୍ଧାନ ମିଳିସାରିଛି। ଏସବୁ କିଛି ଛତିଶଗଡ, ଝାଡଖଣ୍ଡ, ତେଲଙ୍ଗାନା, ପଶ୍ଚିମବଙ୍ଗ, ମହାରାଷ୍ଟ୍ରରେ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚିଠି ଲେଖାଯାଇଛି। ଏହି ଲୁଟ୍ ଅସ୍ତ୍ରଶସ୍ତ୍ର ମଧ୍ୟରେ ରାଇଫଲ, ଏସ୍ଏଲଆର, ଏକେ-୪୭, ୯ ଏମ୍ଏମ୍ ଷ୍ଟେନ ଗନ୍ ଆଦି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking