ନୂଆଦିଲ୍ଲୀ: ଏନ୍ଇଇଟି ପେପର୍ ଲିକ୍ ମାମଲାର ଶୁଣାଣି ସମୟରେ ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ଦୁଃଖଦ ଯେ, ପରୀକ୍ଷା ପେପର୍ ଲିକ୍ ଘଟଣାର ପୂର୍ବ ମାମଲାରୁ ଏନ୍ଇଟି କୌଣସି ଶିକ୍ଷା ଲାଭ କରି ପାରିନାହିଁ। ଏନ୍ଇଇଟି ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ବିରୋଧରେ ଦାୟର ଏକ ଆବେଦନର ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି। ଏନ୍ଇଇଟି-ୟୁଜି ୨୦୨୬ ପରୀକ୍ଷାରେ ପେପର ଲିକ୍ ସମ୍ପର୍କରେ ଦାୟର ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଏନ୍ଟିଏକୁ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଗଠନ ହେବାକୁ ଥିବା ମନିଟରିଂ କମିଟିର ସ୍ଥିତି ବିଷୟରେ ମଧ୍ୟ ଅବଗତ କରାଇବାକୁ କହିଛନ୍ତି।କୋର୍ଟ ଏନ୍ଟିଏକୁ ବଦଳାଇବା ତଥା ପୁନଃପରୀକ୍ଷା ପାଇଁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏଭଳି ମତବ୍ୟକ୍ତ କରିଛନ୍ତି। ଏନ୍ଇଇଟି ପରିଚାଳନାରେ ଏନ୍ଟିଏର କଥିତ ବ୍ୟବସ୍ଥିତ ବିଫଳତାକୁ ଚ୍ୟାଲେଞ୍ଜ କରି ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍ଏଆଇଏମ୍ଏ)କୋର୍ଟଙ୍କର ଦ୍ୱାରସ୍ଥ ହୋଇଛି।










